ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନ ସ୍ଥିତି ସୁଧୁରିବାର ନାଁ ଧରୁନି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଅଗଷ୍ଟ ମାସ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢି ଚାଲିଛି । ରାଜ୍ୟରେ ପୁଣି ଆଉ ୨୫୮୯ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୭୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୦୧୫ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 18th August
New Positive Cases: 2589
In quarantine: 1574
Local contacts: 1015(Details of local contacts will be shared by concerned District Administration)
District Wise Cases
1. Angul: 20
2. Balasore: 150
3. Bargarh: 67
4. Bhadrak: 47
5. Balangir: 1— I & PR Department, Odisha (@IPR_Odisha) August 19, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ନଜର ପକାନ୍ତୁ । ଅନୁଗୁଳର ୨୦, ବାଲେଶ୍ୱରର ୧୫୦, ବରଗଡର ୬୭,ଭଦ୍ରକର ୪୭,ବଲାଙ୍ଗିରର ୧, ବୌଦ୍ଧର ୧୬, କଟକର ୨୨୨, ଢେଙ୍କାନାଳର ୨୫,ଗଜପତିର ୩୬, ଗଞ୍ଜାମର ୨୪୨, ଜଗତସିଂହପୁରର ୨୧, ଯାଜପୁରର ୯୫, ଝାରସୁଗୁଡାର ୧୮, କଳାହାଣ୍ଡିର ୪୨, କନ୍ଧମାଳର ୩୦, କେନ୍ଦ୍ରାପଡାର ୧୦, କେନ୍ଦୁଝରର ୫୩, ଖୋର୍ଦ୍ଧାର ୪୬୬, କୋରାପୁଟର ୯୨, ମାଲକାନାଗିରିର ୭୩,ମୟୁରଭଞ୍ଜର ୧୧୭, ନବରଙ୍ଗପୁରର ୩୬, ନୟାଗଡର ୧୧, ନୂଆପଡାର ୬,ପୁରୀର ୨୩୫, ରାୟଗଡାର ୨୧୧, ସମ୍ବଲପୁରର ୬୬, ସୋନପୁର ୨୬ ଏବଂ ସୁନ୍ଦରଗଡର ୧୫୫ ଜଣ ରହିଛନ୍ତି । ସର୍ବମୋଟ ୨୯ ଟି ଜିଲ୍ଲାର ୨୫୮୯ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୫୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Nawarangpur: 36
23. Nayagarh: 11
24. Nuapada: 6
25. Puri: 235
26. Rayagada: 211
27. Sambalpur: 66
28. Sonepur: 26
29. Sundargarh: 155New Recoveries: 1535
Cumulative Tested: 1062469
Positive: 67122
Recovered: 45314
Active Cases: 21383— I & PR Department, Odisha (@IPR_Odisha) August 19, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୧୨୨ କୁ ବୃଦ୍ଧି ପାଇଛି । ସେଥିରୁ ୪୫୩୧୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୨୧୩୮୩ ଜଣ ଚିକିତ୍ସିତ ହେଉଛନ୍ତି ।