ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନ ସ୍ଥିତି ସୁଧୁରିବାର ନାଁ ଧରୁନି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଅଗଷ୍ଟ ମାସ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢି ଚାଲିଛି । ରାଜ୍ୟରେ ପୁଣି ଆଉ ୨୬୯୮ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬୭୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୦୨୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 20th August
New Positive Cases: 2698
In quarantine: 1675
Local contacts: 1023(Details of local contacts will be shared by concerned District Administration)
District Wise Cases
1. Angul: 29
2. Balasore: 102
3. Bargarh: 56
4. Bhadrak: 89
5. Balangir: 71— I & PR Department, Odisha (@IPR_Odisha) August 21, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ନଜର ପକାନ୍ତୁ । ଅନୁଗୁଳର ୨୯, ବାଲେଶ୍ୱରର ୧୦୨, ବରଗଡର ୫୬,ଭଦ୍ରକର ୮୯,ବଲାଙ୍ଗିରର ୭୧, ବୌଦ୍ଧର ୧୧, କଟକର ୨୦୭, ଦେଓଗଡର ୨, ଢେଙ୍କାନାଳର ୨୭,ଗଜପତିର ୫୮, ଗଞ୍ଜାମର ୧୬୨, ଜଗତସିଂହପୁରର ୨୧, ଯାଜପୁରର ୮୦, ଝାରସୁଗୁଡାର ୭୨, କଳାହାଣ୍ଡିର ୪୯, କନ୍ଧମାଳର ୮୧, କେନ୍ଦ୍ରାପଡାର ୮୯, କେନ୍ଦୁଝରର ୨୧, ଖୋର୍ଦ୍ଧାର ୪୭୫, କୋରାପୁଟର ୧୪୬, ମାଲକାନାଗିରିର ୮୧,ମୟୁରଭଞ୍ଜର ୧୨୮, ନବରଙ୍ଗପୁରର ୯୧, ନୟାଗଡର ୯୪, ନୂଆପଡାର ୩,ପୁରୀର ୮୭, ରାୟଗଡାର ୧୫୪, ସମ୍ବଲପୁରର ୭୮, ସୋନପୁର ୩୧ ଏବଂ ସୁନ୍ଦରଗଡର ୧୦୩ ଜଣ ରହିଛନ୍ତି । ସର୍ବମୋଟ ୩୦ ଟି ଜିଲ୍ଲାର ୨୬୯୮ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୧୬୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Mayurbhanj: 128
23. Nawarangpur: 91
24. Nayagarh: 94
25. Nuapada: 3
26. Puri: 87
27. Rayagada: 154
28. Sambalpur: 78
29. Sonepur: 31
30. Sundargarh: 103New Recoveries: 1641
Cumulative Tested: 11, 72, 426
Positive: 72718
Recovered: 48576
Active Cases: 23699— I & PR Department, Odisha (@IPR_Odisha) August 21, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨୭୧୮ କୁ ବୃଦ୍ଧି ପାଇଛି । ସେଥିରୁ ୪୮୫୭୬ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୨୩୬୯୯ ଜଣ ଚିକିତ୍ସିତ ହେଉଛନ୍ତି ।