ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜ୍ୟରେ ଥମୁନି କରୋନା ପ୍ରକୋପ । ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ।ସେମାନଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳର ।
COVID-19 REPORT FOR 28th JUNE
New positive Cases: 245
In quarantine: 214
Local contacts: 31(Details of local contacts will be shared by concerned District Administration)
District Wise Cases
1. Balasore: 2
2. Bargarh: 10
3. Bhadrak: 2
4. Cuttack: 7
5. Dhenkanal: 3— I & PR Department, Odisha (@IPR_Odisha) June 29, 2020
ଆଜି ଚିହ୍ନଟ ହୋଇଥିବା ୨୪୫ ଜଣଙ୍କ ମଧ୍ୟରୁ ବାଲେଶ୍ୱରର ୨, ବରଗଡର ୧୦, ଭଦ୍ରକର ୨, କଟକର ୭, ଢେଙ୍କାନାଳର ୩, ଗଜପତିର ୭, ଗଞ୍ଜାମର ୯୬, ଜଗତସିଂହପୁରର ୯, ଯାଜପୁରର ୪୦, ଝାରସୁଗୁଡାର ୧, କେନ୍ଦ୍ରାପଡାର ୮, କେନ୍ଦୁଝରର ୭, ଖୋର୍ଦ୍ଧାର ୨୮, ମୟୂରଭଞ୍ଜର ୫, ନବରଙ୍ଗପୁରର ୭, ନୟାଗଡର ୩, ରାୟଗଡାର ୧, ସୋନପୁରର ୧, ସୁନ୍ଦରଗଡର ୬, ଏନଡିଆରଏଫ ଏବଂ ଓଡ୍ରାଫ ଟିମ୍ ୨ ରହିଛନ୍ତି ।
20. NDRF/ ODRAF: 02
(returned from Amphan duty, WB)New recoveries: 137
Cumulative tested: 260428
Positive: 6859
Recovered: 4743
Active Cases: 2086— I & PR Department, Odisha (@IPR_Odisha) June 29, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୪୭୪୩ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୦୮୬ ଜଣ ଚିକିତ୍ସିତ ହେଉଛନ୍ତି ।