ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରତ୍ୟେକ ଦିନ ନୂତନ କରୋନା ମାମଲା ସାମ୍ନାକୁ ଆସୁଛି । ଲଗାତର କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ହଜାର ଟପୁଥବା ବେଳେ ଏବେ ତିନି ହଜାର ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହାଫଳରେ ଏବେ ତଳ ମୁହାଁ କରୋନା ମିଟର । ସେହିଅନୁଯାୟୀ ରାଜ୍ୟରେ ଏବେ ପୁଣି ଆଉ ୨୬୭୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୫୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୧୧୯ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 5th October
New Positives Cases: 2673
In quarantine: 1554
Local contacts: 1119(Details of local contacts will be shared by concerned District Administration)
District Wise Cases
1. Angul: 126
2. Balasore: 70
3. Bargarh: 68
4. Bhadrak: 97
5. Balangir: 93— I & PR Department, Odisha (@IPR_Odisha) October 6, 2020
22. Mayurbhanj: 100
23. Nawarangpur: 72
24. Nayagarh: 35
25. Nuapada: 159
26. Puri: 124
27. Rayagada: 11
28. Sambalpur: 73
29. Sonepur: 69
30. Sundargarh: 88
31. State Pool: 86New Recoveries: 4098
Cumulative Tested: 3524242
Positive: 238003
Recovered: 206400
Active Cases: 30610— I & PR Department, Odisha (@IPR_Odisha) October 6, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୪୦୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୦୦୩ କୁ ବୃଦ୍ଧି ପାଇଥିବା ବେଳେ ୨୦୬୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ଏବଂ ୩୦୬୧୦ ଜଣ ଚିକିତ୍ସିତ ହେଉଛନ୍ତି ।