ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି । ପ୍ରତ୍ୟେକ ଦିନ ନୂତନ ମାମଲା ସାମ୍ନାକୁ ଆସୁଛି । ପୂର୍ବାପେକ୍ଷା ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ସେହିଅନୁଯାୟୀ ଏବେ ପୁଣି ଆଉ ୧୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୩୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୬୦୧ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 7th November
New Positive Cases: 1434
In Quarantine: 833
Local Contacts: 601(Details of local contacts will be shared by concerned District Administration)
District Wise Cases:
1. Angul: 90
2. Balasore: 99
3. Bargarh: 65
4. Bhadrak: 31
5. Balangir: 66— I & PR Department, Odisha (@IPR_Odisha) November 8, 2020
22. Mayurbhanj: 80
23. Nawarangpur: 27
24. Nayagarh: 17
25. Nuapada: 35
26. Puri: 77
27. Rayagada: 9
28. Sambalpur: 38
29. Sonepur: 12
30. Sundargarh: 98
31. State Pool: 28New recoveries: 1683
Cumulative tested: 4939390
Positive: 301574
Recovered: 286857
Active cases: 13239— I & PR Department, Odisha (@IPR_Odisha) November 8, 2020
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୬୮୩ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୧୫୭୪ ରହିଥିବା ବେଳେ ଏହି ରୋଗରୁ ୨୮୬୮୫୭ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୧୩୨୩୯ ଜଣ ଚିକିତ୍ସିତ ହେଉଛନ୍ତି ।