ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୋଭିସିଲ୍ଡ ଟୀକାର ପ୍ରଥମ ଡୋଜ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ଥିବା ବ୍ୟବଧାନ ଉପରେ ସାନି ଗାଇଡଲାଇନ୍ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏଣିକି ବ୍ୟକ୍ତି କୋଭିସିଲ୍ଡ ଟୀକାର ପ୍ରଥମ ଡୋଜ ନେବାର ୧୨ ସପ୍ତାହ ପରେ ଅର୍ଥାତ ୮୪ ଦିନ ପରେ ଦ୍ୱିତୀୟ ଡୋଜ ନେଇ ପାରିବେ । ୮୪ ଦିନ ନହୋଇଥିଲେ ଟୀକା ଦେଇ ପାରିବେ ନାହିଁ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି ।
ଟୀକା ନେବାର ୮୪ ଦିନ ନ ହୋଇନଥିଲେ ଆଜି ରାତିରୁ ଆଉ ଅନଲାଇନରେ ଏବଂ ଟୀକାକରଣ କେନ୍ଦ୍ରରେ ସ୍ଲଟ ମିଳିବ ନାହିଁ । ସେହିପରି ଦ୍ୱିତୀୟ ଡୋଜ ନେବା ଯଦି ପୂର୍ବରୁ ସ୍ଲଟ ବୁକ କରିଥାନ୍ତି ତେବେ ଆପଣଙ୍କୁ କୋୱିନ ପୋର୍ଟରେ ତାରିଖ ବଦଳାଇବାକୁ ହେବ ।