ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଘାରିଲାଣି ଡେଙ୍ଗୁ ଭୟ । ଚଳିତବର୍ଷ ବି ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ହେଲେ ପୂର୍ବବର୍ଷ ତୁଳନାରେ ଟେଷ୍ଟିଂ ଅଧିକ ଓ ପଜିଟିଭ ସଂଖ୍ୟା କମ ରହିଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
ଏଯାଏଁ ମୋଟ ୧୬ ଜିଲ୍ଲାରୁ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଖୋର୍ଦ୍ଧା ଜିଲ୍ଲାର ୯୬ , ଯାଜପୁରର ୧୨, ବାଲେଶ୍ୱରର ୧୦ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାଏ ୧୧୪୬୪ ଜଣଙ୍କୁ ଟେଷ୍ଟ କରାଯାଇଛି ସେଥିରୁ ମୋଟ ୧୮୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ପୂର୍ବବର୍ଷ ତୁଳନାରେ କମ୍ ରହିଛି ।