ଭୁବନେଶ୍ୱର (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନୂତନ ଗାଇଡଲାଇନନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରକ ପ୍ରତିକ୍ରିୟା । ତାଙ୍କ କହିବାନୁଯାୟୀ ପଜିଟିଭ କେସ୍ ସଂଷ୍ପର୍ଶରେ ଆସିଥିଲେ ମଧ୍ୟ ଯଦି କୌଣସି ଲକ୍ଷଣ ନାହିଁ ତେବେ କୋଭିଡ ଟେଷ୍ଟିଂର ଆବଶ୍ୟକ ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି କି, ବର୍ତ୍ତମାନ ସୁଦ୍ଧା ୬୧ ହଜାର ସକ୍ରିୟ ମାମଲା ଥିବା ବେଳେ କେବଳ ୧୧୦୦ ରୋଗୀ ହସ୍ପିଟାଲରେ ଅଛନ୍ତି । କହିବାକୁ ଗଲେ ହସ୍ପିଟାଲରେ ଦୁଇ ପ୍ରତିଶତରୁ କମ୍ ରୋଗୀ ଅଛନ୍ତି । ସେହିପରି ଆଇସିୟୁରେ ୩୦୦ ରୋଗୀ । ନୂତନ ଗାଇଡଲାଇନ ଅନୁସାରେ ବୃଦ୍ଧ ବ୍ୟକ୍ତିଙ୍କଠାରେ ଲକ୍ଷଣ କମ ଥିଲେ ବି ସେମାନେ ଆଇସୋଲେସନରେ ରହିବା ଉଚିତ୍ । ଅନାବଶ୍ୟକ ମେଡିସିନ୍ ବ୍ୟବହାର କରନ୍ତୁ ନାହିଁ ।