ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):କରୋନାର ଏକ୍ସଇ ଭ୍ୟାରିଆଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି । ସେ କହିଛନ୍ତି କି ଏକ୍ସଇ ଭ୍ୟାରିଆଣ୍ଟକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଏହାସହିତ ଭାରତରରେ ଏକ୍ସଇ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲେ ମଧ୍ୟ ଏହାକୁ ଅସ୍ୱୀକାର କରିଛନ୍ତି ସରକାର ।
ଏହି ଏକ୍ସଇ ଭ୍ୟାରିଆଣ୍ଟ କେତେ ମାତ୍ରାରେ ସଂକ୍ରାମକ ସେନେଇ ତର୍ଜମା ଚାଲିଛି । କିନ୍ତୁ ମାସ୍କ ପିନ୍ଧିବା ଜରୁରୀ ରହିଛି । ଅନ୍ୟ ରାଜ୍ୟ ମାନଙ୍କରେ ମାସ୍କ ପିନ୍ଧିବା ପ୍ରତ୍ୟାହାର ହୋଇଥିଲେ ହେଁ ଓଡିଶାରେ ଏହା ହେବ କି ହେବନି ସେନେଇ ନିଷ୍ପି ନେବେ ରାଜ୍ୟ ସରକାର ।