ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲଗାତର ଭାବେ ରାଜ୍ୟରେ ଟୀକାର ଅଭାବ ଦେଇଛି । ଯେଉଁଥିପାଇଁ ପ୍ରତ୍ୟେକ ଟୀକାକରଣ କେନ୍ଦ୍ରରେ ଟୀକାକରଣ ହୋଇପାରୁନାହିଁ । ଟୀକା ଅଭାବ ଥିବା ହେତୁ ଆଜି ବି ରାଜ୍ୟର ୧୫ ଟି ଜିଲ୍ଲାରେ ଟୀକାକରଣ ବନ୍ଦ କରାଯାଇଛି । ସେହି ସବୁ ଜିଲ୍ଲା ଗୁଡିକ ହେଉଛି କଟକ, ବାଲେଶ୍ୱର, ଅନୁଗୁଳ, ବରଗଡ, ବୌଦ୍ଧ, ଜଗତସିଂହପୁର, କନ୍ଧମାଳ, ଦେଓଗଡ, ଗଞ୍ଜାମ, କେନ୍ଦୁଝର, ନବରଙ୍ଗପୁର, କୋରାପୁଟ, ରାୟଗଡା, ସୋନପୁର ଓ ସମ୍ବଲପୁର । ଏହି ସବୁ ଜିଲ୍ଲାରେ ଆଜି ଟୀକା ଦିଆ ଯାଉନାହିଁ ।
ସେପଟେ କୋଭିସିଲ୍ଡ ଟୀକା ତୁରନ୍ତ ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ । ଦ୍ୱିତୀୟ ଡୋଜ ନେବା ପାଇଁ ପାଖାପାଖି ୮ ଲକ୍ଷ ଲୋକେ ଅପେକ୍ଷାରେ ରହିଛନ୍ତି । ଟୀକା ଆସିଲା ପରେ ହିଁ ସେମାନଙ୍କୁ ଟୀକା ଦିଆଯିବ ।