ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଟୀକା ଏକମାତ୍ର ଅସ୍ତ୍ର ହୋଇଥିବା ବେଳେ ଏବେ ପୁଣି ରାଜ୍ୟରେ ଦେଖାଦେଇଛି ଟୀକା ଅଭାବ । ରାଜ୍ୟରେ ଟୀକା ଅଭାବ ହେବା ହେତୁ ଆଜି ରାଜ୍ୟରେ ୧୬ ଜିଲ୍ଲାରେ ଟୀକାକରଣ ବନ୍ଦ । ଟୀକାକରଣ ବନ୍ଦ ଥିବା ସେହି ୧୬ ଟି ଜିଲ୍ଲା ହେଉଛି ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ଗଞ୍ଜାମ, ଝାରସୁଗୁଡା, ସୋନପୁର, କେନ୍ଦ୍ରାପଡା, କନ୍ଧମାଳ, ସୁନ୍ଦରଗଡ, ବରଗଡ, ଦେବଗଡ , ନବରଙ୍ଗପୁର ଏବଂ କୋରାପୁଟ ।
ଆଜି ରାଜ୍ୟରେ କେବଳ ୧୧୪ କେନ୍ଦ୍ରରେ ଟୀକାକରଣ କରାଯାଉଛି । ରାଜ୍ୟରେ କରାଯାଇଥିବା ମୋଟ ୧୬୧୩ ଟି କେନ୍ଦ୍ର ମଧ୍ୟରୁ ୧୪୯୯ ଟି କେନ୍ଦ୍ରରେ ଟୀକାକରଣ ବନ୍ଦ ରହିଛି । ରାଜ୍ୟରେ କୋଭିସିଲ୍ଡ ଟୀକା ନଥିବା ହେତୁ ଏତେ କମ ମାତ୍ରାରେ ଟୀକାକରଣ ହେଉଛି ।