ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଟୀକା ଏକମାତ୍ର ଅସ୍ତ୍ର ହୋଇଥିବା ବେଳେ ଏବେ ପୁଣି ରାଜ୍ୟରେ ଦେଖାଦେଇଛି ଟୀକା ଅଭାବ । ରାଜ୍ୟକୁ ଆବଶ୍ୟକୀୟ ଟୀକା ଦେଉନି କେନ୍ଦ୍ର । ରାଜ୍ୟରେ ଟୀକା ଅଭାବ ହେବା ହେତୁ ଆଜି ରାଜ୍ୟରେ ୧୭ ଜିଲ୍ଲାରେ ଟୀକାକରଣ ବନ୍ଦ । ଟୀକାକରଣ ବନ୍ଦ ଥିବା ସେହି ୧୭ ଟି ଜିଲ୍ଲା ହେଉଛି ଯାଜପୁର, ଭଦ୍ରକ, ବୌଦ୍ଧ, କଟକ,ଢେଙ୍କାନାଳ, ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ଗଞ୍ଜାମ, ମାଲକାନଗିରି, ସୋନପୁର, କେନ୍ଦ୍ରାପଡା, କନ୍ଧମାଳ, ନୟାଗଡ, ଦେବଗଡ , ନବରଙ୍ଗପୁର ଏବଂ କୋରାପୁଟ ।
ଜୁଲାଇ ପହିଲା ସୁଦ୍ଧା ରାଜ୍ୟ ପାଖରେ କୋଭିସିଲ୍ଡର ୧ ଲକ୍ଷ ୧୪ ହଜାର ୬୬୦ ଡୋଜ ରହିଥିବା ବେଳେ ୪ ଲକ୍ଷ ୪୨ ହଜାର ୧୩୦ ଡୋଜ କୋଭାକ୍ସିନ ରହିଛି ।ରାଜ୍ୟରେ କୋଭିସିଲ୍ଡ ଟୀକା ନଥିବା ହେତୁ ଏତେ କମ ମାତ୍ରାରେ ଟୀକାକରଣ ହେଉଛି ।