କଟକ (ଏଟିଆର ବ୍ୟୁରୋ): ଦେଶରେ ଏବେ ମଙ୍କିପକ୍ସ ମାମଲା ବୃଦ୍ଧି ପାଉଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଓଡିଶା ସରକାର । ଏନେଇ କଟକ ଏସସିବି ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି । ସଂକ୍ରମଣ ରୋଗ ବିଭାଗରେ ଦୁଇଟି ବେଡ୍ ସାଙ୍ଗକୁ ୨ଟି ଆଇସୋଲେସନ କ୍ୟାବିନ ପ୍ରସ୍ତୁତ ରହିଥିବା ବେଳେ ମେଡିସିନ ବିଭାଗ ଆଇସିୟୁରେ ୪ଟି ବେଡ୍ ବ୍ୟବସ୍ଥା କରାଯାଇଛି । ମେଡିକାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି ।
ହସ୍ପିଟାଲର ୫ଟି ବିଭାଗର ଡାକ୍ତରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଯେଉଁଥିରେ ରହିଛନ୍ତି ମେଡିସିନ୍, ଶିଶୁରୋଗ, ଚର୍ମରୋଗ,ମାଇକ୍ରୋ ବାୟୋଲଜି, ଏସପିଏମ ବିଶେଷଜ୍ଞ ।