ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଟୀକା ଅଭାବ ହେତୁ ରାଜ୍ୟରେ ଟୀକାକରଣ ଧିମେଇ ଯାଇଥିଲା କିନ୍ତୁ ଆଜିଠୁ ପୁଣି ଥରେ ଦ୍ରୁତ ଗତିରେ ଚାଲିବ ଟୀକାକରଣ । ଆଜି ଲୋକଙ୍କୁ ୧୭୩୦ ଟି କେନ୍ଦ୍ରରେ ଟୀକାକରଣ କରାଯିବ । ରାଜ୍ୟରେ ବର୍ତ୍ତମାନ ୯ ଲକ୍ଷ ୫୨ ହଜାର ୮୨୦ କୋଭିସିଲ୍ଡ ଟୀକାର ଡୋଜ ଥିବା ବେଳେ ୩ ଲକ୍ଷ ୯୧ ହଜାର ୫୪୦ କୋଭାକକ୍ସିନ ଟୀକାର ଡୋଜ ମହଜୁଦ ଅଛି । ଏବେ ପୁଣି ରାଜ୍ୟବ୍ୟାପି ଦ୍ରୁତ ଗତିରେ ଆଗେଇବ ଟୀକାକରଣ ଅଭିଯାନ ।
ଜୁନ ୨୧ କ୍ୟାମ୍ପେନ ମୋଡରେ ଆରମ୍ଭ ହୋଇଛି ଟୀକାକରଣ । ପ୍ରତିଦିନ ୩ ଲକ୍ଷ ଟୀକାକରଣ ପାଇଁ ସରକାରଙ୍କ ଲକ୍ଷ୍ୟ ରହିଥିଲା । କିନ୍ତୁ ଜୁନ ଶେଷ ଆଡକୁ ରାଜ୍ୟରେ ଟୀକାର ଅଭାବ ହେବା ହେତୁ ଟୀକାକରଣ ପ୍ରକ୍ରିୟା ଅନେକ ଜିଲ୍ଲାରେ ବନ୍ଦ ହୋଇଯାଇଥିଲା । ମାତ୍ର ଏବେ ପୁଣି କେନ୍ଦ୍ରରୁ ଟୀକା ଆସିବା ପରେ ଟୀକାକରଣ ପ୍ରକ୍ରିୟା ଜୋରଦାର ହୋଇଛି ।