ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଓମିକ୍ରନ୍ ବିପଦ ଦିନକୁ ଦିନ ବଢିବାରେ ଲାଗିଛି । କରୋନାର ଏହି ନୂତନ ଭ୍ୟାରିଆଣ୍ଟ ଦେଶର ୨୧ ରାଜ୍ୟରେ ପହଁଚି ସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନର ୧୨୮ ନୂତନ ମାମଲା ସାମ୍ନାକୁ ଆସିଛି । ଏହାପରେ ଦେଶରେ ଓମିକ୍ରନ୍ ର ମୋଟ ଆକ୍ରାନ୍ତ ସଂଖ୍ୟା ୭୮୧ କୁ ବୃଦ୍ଧି ହୋଇଛି । ସେହିପରି ଏପର୍ଯ୍ୟନ୍ତ ଏହି ରୋଗରୁ ୨୪୧ ଜଣ ସୁସ୍ଥ ମଧ୍ୟ ହୋଇ ସାରିଲେଣି ।
ଓମିକ୍ରନର ସବୁଠାରୁ ଅଧିକ ମାମଲା ଦିଲ୍ଲୀରେ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର ।