ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚିନ୍ତା ବଢାଇଛି କରୋନାର ନୂତନ ଭ୍ୟାରିଆଣ୍ଟ । କରୋନା ର ନୂତନ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ସାରା ବିଶ୍ୱରେ ଭୟର ବାତାବରଣ । ଏହି ନୂତନ ଭ୍ୟାରିଆଣ୍ଟର ନାଁ ରହିଛି ଓମିକ୍ରୋନ । ଏହା କରୋନାର ପୂର୍ବ ଭ୍ୟାରିଆଣ୍ଟଠାରୁ ବହୁତ ଶକ୍ତିଶାଳି ବୋଲି କୁହାଯାଉଛି ।
ଅନେକ ଦେଶରେ ଓମିକ୍ରନ୍ ମାମଲା ଚିହ୍ନଟ ହେବା ପରେ ଭାରତ ସରକାର ଏହା ଉପରେ ପଦକ୍ଷେପ ନେଇ ଏକ ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି। ସେହିଅନୁଯାୟୀ, ଟୀକାକରଣ ସତ୍ୱେ ବିମାନବନ୍ଦରରେ ପହଞ୍ଚିବା ପରେ ବିପଦପୂର୍ଣ୍ଣ ଦେଶରୁ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ କରୋନା ପରୀକ୍ଷା ବାଧ୍ୟତାମୂଳକ ହେବ।