ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାରେ ଏଣିକି ଓମିକ୍ରନ ଟେଷ୍ଟିଂ ସହଜ ହେବ । ଆଉ ପଡିବନି ଜେନମ ସିକ୍ୱେନ୍ସଂର ଆବଶ୍ୟକତା । କାରଣ ଓଡିଶାରେ ପହଁଚିଛି ଓମିକ୍ରନ୍ ଟେଷ୍ଟିଂ କିଟ୍ ଓମିସିୟୋର । ରାଜ୍ୟକୁ ପ୍ରଥମ ପର୍ଯ୍ୟାୟରେ କିଛି କିଟ୍ ଆସିଛି । ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡ ଟାଟା ଏମଡି ଏହି କିଟ୍ ରାଜ୍ୟକୁ ପଠାଇଛି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ଲକ୍ଷ ଓମିସିୟର କିଟ୍ ପାଇଁ ଅର୍ଡର ଦିଆଯାଇଛି । ଏହାସହିତ ଓମିସିୟୋର କିଟ୍ ଆଣିବାରେ ଓଡିଶା ପ୍ରଥମ ରାଜ୍ୟ ।