ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନାର ଦ୍ୱିତୀୟ ଲହରି ଜାରି ରହିଥିବା ବେଳେ ଏବେ ତୃତୀୟ ଲହରି ପାଇଁ ଚେତାବନୀ ଜାରି କରାଯାଇି । ଯେଉଁଥିରେ ଛୋଟ ଛୁଆମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କ ରହିଛି । ଏହାକୁ ଦୃଷ୍ଟି ରଖି ଏବେ ବଡ ପକ୍ଷକ୍ଷେପ ଗ୍ରହଣ କରାଯାଇଛି । ମଙ୍ଗଳବାର ଏକ ବିଶେଷଜ୍ଞ ସମିତି ପକ୍ଷରୁ ୨ ରୁ ୧୮ ବର୍ଷ ପିଲାଙ୍କ ପାଇଁ ଭାରତ ବାୟୋଟେକର କରୋନା ଟୀକାର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ସୁପାରିଶ କରାଯାଇଥିଲା, ଯାହାକୁ ଭାରତ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି ।
ଉଙ୍ଗଳବାର ଦିନ ଏସଇସି ସୁପାରିଶ କରିଥିଲା କି, ଭାରତ ବାୟୋଟେକର କୋଭାକ୍ସିନର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାର କ୍ଲିନିକାଲ ପାଇଁ ଅନୁମତି ଦେବା ଉଚିତ୍ । ଯାହାର ବ୍ୟବହାର ୨ରୁ ୧୮ ବର୍ଷ ବୟସର ପିଲାଙ୍କ ଉପରେ କରାଯିବ । ଦିଲ୍ଲୀର ଏକ୍ସ ଏବଂ ନାଗପୁର ମେଡିଟ୍ରିନା ଚିକିତ୍ସା ବିଜ୍ଞାନ ସଂସ୍ଥା ସମେତ ବିଭିନ୍ନ ସ୍ଥାନରେ ଏହାର ପରୀକ୍ଷଣ କରାଯିବ ।
ସୂଚନା ଯୋଗ୍ୟ, କରୋନାର ଯେଉଁ ଦୁଇଟି ଟୀକା ବ୍ୟବହାର କରାଯାଉଛି । ତାହା ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଠାରେ କ୍ଲିନିକାଲ ଟ୍ରାଏଲ କରାଯାଇଥିଲା ।