ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆତଙ୍କ ଖେଳାଇଛି ଡେଙ୍ଗୁ। ଦିନକୁ ଦିନ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଚାଲିଛି ସ୍ୱତନ୍ତ୍ର ଅଭିଯାନ । କ୍ୟାପିଟାଲ ହସ୍ପିଟାଲରେ ମଙ୍ଗଳବାରଠୁ ଡେଙ୍ଗୁ ରୋଗୀଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ।
ପ୍ରତିଦିନ ୫୦୦ ଡେଙ୍ଗୁ ଟେଷ୍ଟ ହେଉଥିବାରୁ ଭିଡକୁ ଦୂର କରିବା ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ଖୋଲିବା ନେଇ ନିଷ୍ପତି ନିଆଯାଇଛି ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି ।
ଏହାସହିତ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କ୍ୟାପିଟାଲ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରିବାର ମଧ୍ୟ ନିଷ୍ପତି ନିଆଯାଇଛି ।