ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଟୀକାକରଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଏପ୍ରିଲ ୧ ରୁ ୪୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ କରୋନା ଟୀକା ଦିଆଯିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି । କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି କି, ଦେଶରେ ଭରପୁର ମାତ୍ରାରେ କରୋନା ଟୀକା ଉପଲବ୍ଧ । ଟୀକାର କୌଣସି ଅଭାବ ନାହିଁ । ଆମେ ନିଷ୍ପତି ନେଇଛୁ କି ଏପ୍ରିଲ ୧ରୁ ଦେଶରେ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କରୋନା ଟୀକା ଦିଆଯିବ । ସମସ୍ତଙ୍କୁ ଅନୁରୋଧ ତୁରନ୍ତ ସମସ୍ତେ ପଞ୍ଜିକରଣ କରି ଟୀକାକରଣ କରନ୍ତୁ ।
ଦେଶରେ ଏବେ କରୋନାର ଦ୍ୱିତୀୟ ଲହରି ଚାଲିଛି । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ତତ୍ପର ହୋଇପଡିଛନ୍ତି । ଏହାସହିତ ସରକାରଙ୍କ ଧ୍ୟାନ ଟୀକା ଉପରେ ରହିଛି । ଯାହାଦ୍ୱାରା ଲୋକେ ଏହି ମହାମାରୀର ରକ୍ଷା ପାଇ ପାରିବେ ।