ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡେଲ୍ଟା ଭାରିଆଣ୍ଟ ପାଇଁ ଲଗାତର ଭାବେ କରୋନା ମାମଲା ବୃଦ୍ଧି ହେବାରେ ଲାଗିଛି । ଏହାରି ମଧ୍ୟରେ ଫାଇଜର ହେଲ୍ଥ ଏକ୍ସପର୍ଟ ଦାବି କରିଛନ୍ତି କି, ଖୁବ୍ ଶୀଘ୍ର ୧୨ ବର୍ଷରୁ କମ ବୟସରୁ ଶିଶୁଙ୍କ ଟୀକା ଦେବା ପାଇଁ ମଞ୍ଜୁରୀ ମିଳିଯିବ । ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନର ପୂର୍ବ କମିଶନର ସ୍କଟ ଗୋଟାଲିବ ଆଶା ବ୍ୟକ୍ତ କରିଛନ୍ତି ଯେ , ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଖୁବ୍ ଶୀଘ୍ର ୫ ରୁ ୧୧ ବର୍ଷର ଶିଶୁଙ୍କୁ ଟୀକା ପାଇଁ ମଞ୍ଜୁରୀ ଦେବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଫାଇଜର ଏହାର ପ୍ରସ୍ତୁତି କରୁଛି ଏବଂ ବହୁତ ଶୀଘ୍ର ଏହି ଟୀକାକୁ ମଞ୍ଜୁରୀ ମିଳିବ । ସୂଚନାଯୋଗ୍ୟ ଫାଇଜରର ବୋର୍ଡ ମେମ୍ବର ମଧ୍ୟରେ ଗୋଟାଲିବ ରହିଛନ୍ତି । ଦୁନିଆର ୩ ଟି ବଡ ଟୀକା କମ୍ପାନୀ ଫାଇଜର,ମଡର୍ଣ୍ଣା ଏବଂ ଜନସନ୍ ଆଣ୍ଡ ଜନସନ୍ ପିଲାଙ୍କ ଟୀକାର ପ୍ରସ୍ତୁତିରେ ଲାଗି ପଡିଛନ୍ତି ।