ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ କରାଯାଉଥିବା ଟୀକାକରଣ ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି । ଭାରତକୁ ମଳିପାରେ ଚତୁର୍ଥ କରୋନା ଟୀକା । ଦୁନିଆର ସବୁଠାରୁ ପ୍ରଭାବଶାଳୀ ଟୀକା ପ୍ରସ୍ତୁତ କରୁଥିବା କମ୍ପାନୀ ଫାଇଜର ତାର କରୋନା ଟୀକାର ଅନୁମତି ପାଇଁ ଆଲୋଚନା କରୁଛି । ଆମେରିକାର ଟୀକା ନିର୍ମାତା କମ୍ପାନୀ ହେଉଛି ଫାଇଜର ଯାହା ଏବେ ଭାରତକୁ ଆସିପାରେ । ଅନେକ ବିଶେଷଜ୍ଞ ଏହି ଟିକା କରୋନା ସଂକ୍ରମଣ ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ ବୋଲି ଜାଣିଛନ୍ତି । ଏହି ଟିକା କରୋନା ସଂକ୍ରମଣ ବିରୁଦ୍ଧରେ ୯୨ ପ୍ରତିଶତରୁ ୯୫ ପ୍ରତିଶତ ପର୍ୟ୍ୟନ୍ତ ସମସ୍ତ ପରୀକ୍ଷଣରେ ଫଳପ୍ରଦତା ପ୍ରଦର୍ଶନ କରିଥିଲା । ଏହି ଟିକାଟିର ନାମ BNT162b2, ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ପ୍ରଭାବଶାଳୀ ଏବଂ ନିରାପଦ କରୋନା ଟିକା ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ।
ଭରେତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ସ୍ଥିତି ପୁରା ଅଣାୟତ । ଏଭଳି ସ୍ଥିତିରେ ଟୀକାକରଣ ଉପରେ ଅଧିକ ଫୋକସ ଦେଉଛନ୍ତି ଭାରତ ସରକାର । ଭାରତରେ ବର୍ତ୍ତମାନ କୋଭିସିଲ୍ଡ ଏବଂ କୋଭାକ୍ସିନ ଉପଲବ୍ଧ ଅଛି । ସେହିପରି ଋଷର ସ୍ଫୁଟିନିକ ଭି କୁ ମଧ୍ୟ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।