ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫାଇଜର -ବାୟୋଏନଟେକର ଟୀକାକୁ ନେଇ ଏବେ ଏକ ଖାସ ଖବର ସାମ୍ନାକୁ ଆସିଛି । ଫାଇଜରର କରୋନା ଟୀକାକୁ ଏବେ ଏକ ମାସ ପର୍ଯ୍ୟନ୍ତ ଫ୍ରିଜ ତାପମାତ୍ରାରେ ରଖିବାର ଅନୁମତି ଦେଇଛି ଆମେରିକା ।
ଆମେରିକା ଖାଦ୍ୟ ଏବଂ ଔଷଧ ପ୍ରଶାସନ କହିଛି କି, ନିକଟରେ ଦାଖଲ ହୋଇଥିବା ଫାଇଜରର ତଥ୍ୟକୁ ଦୃଷ୍ଟିରେ ରଖି ଏହି ଟୀକାକୁ ଏକମାସ ପର୍ଯ୍ୟନ୍ତ ରେଫ୍ରିଜିରେଟର ତାପାମାତ୍ରାରେ ରଖାଯାଇ ପାରିବ ବୋଲି ନିଷ୍ପତି ନିଆଯାଇଛି । ସେ କହିଛନ୍ତି ଯେ ଏହି ଟିକାକୁ ୨-୮ ଡିଗ୍ରୀ ସେଲସିୟସ ଅର୍ଥାତ୍ ୩୫ ରୁ ୪୬ ଡିଗ୍ରୀ ଫାରେନହାଇଟରେ ରଖାଯାଇପାରିବ ।
ପୂର୍ବରୁ କେବଳ ୫ ଦିନ ପାଇଁ ଟୀକା ରଖିବାର ସୀମା ଥିଲା । ଏଫଡିଏ ସେଣ୍ଟର ଫର ବାୟୋଲଜିକ୍ସ ଇଭ୍ୟାଲୁସନ ଆଣ୍ଡ ରିସର୍ଚର ନିର୍ଦ୍ଦେଶକ ପିଟର ମାର୍କ୍ସ କହିଛନ୍ତି କି, ସମୟ ସୀମା ମଧ୍ୟରେ ଏହି ପରିବର୍ତ୍ତନ ଅତ୍ୟନ୍ତ ସହାୟକ ହୋଇପାରେ। ଏହା ଏକ ମାସ ସଂରକ୍ଷଣ କରି ଟିକା କାର୍ୟ୍ୟକ୍ରମରେ ଉନ୍ନତି ଆଣିବ ।