ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ବି ବ୍ୟବହାର ହୋଇପାରିବ ଆମେରିକା ଔଷଧ କମ୍ପାନୀ ଫାଇଜରର କରୋନା ଟୀକା । ଦେଶରେ ପ୍ରଥମ ଥର ପାଇଁ ସବୁଠାରୁ କମ ତାପମାତ୍ରାରେ ଟୀକା ସୁରକ୍ଷିତ ରଖିବାର ପ୍ରସ୍ତୁତ କରାଯାଉଛି ।
ଦେଶର ମହାନଗର ମାନଙ୍କରେ ଏହି ପ୍ରସ୍ତୁତି କରାଯିବ । ଏବଂ ଏହି ସହର ମାନଙ୍କରେ ଫାଇଜର କମ୍ପାନୀର ଟୀକାର ବ୍ୟବହାର କରାଯାଇପାରେ । ଦିଲ୍ଲୀ ସମେତ ଦେଶର ଅନେକ ମହାନଗରରେ କମ ତାପମାତ୍ରାରେ ଟୀକା ରଖିବାର ବ୍ୟବସ୍ଥା କରାଯାଉଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଫାଇଜର କମ୍ପାନୀର ଟୀକା ସୁରକ୍ଷିତ ରଖିବା ପାଇଁ ଅତିକମରେ ମାଇନଓ ୭୦ ଡିଗ୍ରୀ ତାପାମାତ୍ରା ବିଶିଷ୍ଟ ଫ୍ରିଜର ହେବା ଜରୁରୀ । ଏହାସହିତ ଯୋଜନା ରହିଛି କି ଯେଉଁ ସହରରେ ଏହି ବ୍ୟବସ୍ଥା ସହଜରରେ ଉପଲବ୍ଧ ହୋଇପାରିବ ସେଠାରେ ପ୍ରସ୍ତୁତି ଆରମ୍ଭ କରାଯାଇଛି ।