ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କିଲର ଭାଇରସ କରୋନାକୁ ମାତ୍ ଦେବା ପାଇଁ ଦେଶରେ ଜାରି ରହିଛି ଟୀକାକରଣ ପ୍ରକ୍ରିୟା । ଏପର୍ଯର୍୍ୟନ୍ତ ଦେଶରେ ଟିକାକରଣ ସଂଖ୍ୟା ଶହେ କୋଟି ଅତିକ୍ରମ କରିସାରିଲାଣି । ଯାହାଫଳରେ ଏହି ମାମଲାରେ ଇତିହାସ ରହିଛି ଭାରତ । ଏହାକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ମୋଦି ଆଜି ୭ ଟୀକା ନିର୍ମାତାଙ୍କ ସହ ଆଲୋଚନା କରିବେ ।
ଆଜି ସନ୍ଧ୍ୟାରେ ୭ ଟୀକା ନିର୍ମାତାଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି । ଦେଶରେ ଟୀକାକରଣ ସଂଖ୍ୟା ଶହେ କୋଟି ପାର ହୋଇ ଐତିହାସିକ ଲକ୍ଷ୍ୟ ପ୍ରାପ୍ତ କରିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ବୈଠକ ବୋଲି କୁହାଯାଉଛି । ବୈଠକରେ ଭବିଷ୍ୟତର ଆବଶ୍ୟକତା ଏବଂ ଦୁନିଆ ପାଇଁ ଭାରତର ଟୀକାର ଭୂମିକା ଉପରେ ଚର୍ଚ୍ଚା ହେବ ।