ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏପ୍ରିଲ ୧୦ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ ବୁଷ୍ଟର ଡୋଜ । କରୋନା ଟୀକାର ଏହି ୩ୟ ଡୋଜ ଘରୋଇ ଟୀକାକରଣ କେନ୍ଦ୍ରରେ ମିଳିବ । ଏନେଇ ଶୁକ୍ରବାର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।
୧୮ ବର୍ଷରୁ ଅଧିକ ବୟସ୍କର ବ୍ୟକ୍ତି ଯେଉଁମାନେ ଦ୍ୱିତୀୟ ଡୋଜ ନେବାର ୯ ମାସ ପୁରଣ ହୋଇଯାଇଥିବ ସେମାନେ ଏହି ଡୋଜ ନେଇ ପାରିବେ । ସମସ୍ତ ଘରୋଇ ଟୀକାକରଣ କେନ୍ଦ୍ରରେ ଏହି ବୁଷ୍ଟର ଡୋଜ ଉପଲବ୍ଧ ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଏହାବ୍ୟତିତ ପ୍ରଥମ ଓ ଦ୍ୱିତୀୟ ଡୋଜ ପାଇଁ ସରକାରୀ ଟୀକାକରଣ କେନ୍ଦ୍ର ମାଧ୍ୟମରେ ଚାଲୁଥିବା ମାଗଣା ଟୀକାକରଣ ପ୍ରୋଗ୍ରାମ ସହିତ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ବୁଷ୍ଟର ଡୋଜ ଜାରି ରହିବ ।