ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି କି, ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା । ପ୍ରାଚୀନ ଯୋଗ ବିଜ୍ଞାନ ମାନବତା ଭାରତର ଅମୂଲ୍ୟ ଉପହାର । ଅଧିକାଂଶ ଲୋକ ଯୋଗକୁ ନିଚ ଜୀବନରେ ଅଂଶ ଭାବେ ଗ୍ରହଣ କରୁଥିବାରୁ ମୁ୍ଁ ଖୁବ୍ ପ୍ରସନ୍ନ । ସଂଘର୍ଷ ଏବଂ ବିବାଦ ମଧ୍ୟରେ, ବିଶେଷ ଭାବେ କୋଭିଡ୧୯ ସମୟରେ ଶରୀରକୁ ସୁସ୍ଥ ଏବଂ ମନକୁ ଶାନ୍ତି ରଖିବାରେ ଯୋଗ ଅଭ୍ୟାସ ସହାୟକ ସିଦ୍ଧ ହେବ ।
सब को अंतरराष्ट्रीय योग दिवस की बधाई! प्राचीन योग विज्ञान मानवता को भारत का अमूल्य उपहार है। मुझे प्रसन्नता है कि अधिकाधिक लोग योग को जीवन में अपना रहे हैं। संघर्ष व तनाव के बीच, विशेष रूप से कोविड-19 के इस दौर में, शरीर को स्वस्थ व मन को शांत रखने में योगाभ्यास सहायक सिद्ध होगा। pic.twitter.com/JOYiiKeMw4
— President of India (@rashtrapatibhvn) June 21, 2020
ମହାମାରୀ କରୋନା ପାଇଁ ଚଳିତ ବର୍ଷ ଡିଜିଟାଲ ମାଧ୍ୟମରେ ଯୋଗ ଦିବସ ପାଳିତ କରାଯାଉଛି । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ସନ୍ଦେଶରେ ଲୋକଙ୍କୁ ଅପିଲ କରିଛନ୍ତି କି , କରୋନା ଭାଇରସକୁ ଦୃଷ୍ଟିରେ ରଖି ଏଥରକ ଏହି ଦିବସ ନିଜ ଘରେ ପାଳନ କରନ୍ତୁ ।
ମୋଦି କହିଛନ୍ତି କି, ବର୍ତ୍ତମାନ ସମୟରେ ଦୂରତା ଅବଲମ୍ବନ କରିବା । କିନ୍ତୁ ଆପଣ ଜାଣିଛନ୍ତି କି ଯୋଗ ଦୂରତାକୁ ଦୂର କରିଥାଏ । ପ୍ରକୃତରେ ଯୋଗ ମନ ଏବଂ ଶରୀର ମଧ୍ୟରେ ଦୂରତାକୁ ସମାପ୍ତ କରିଥାଏ । ଯାହା ଅନେକ ସମସ୍ୟାର ମୂଳ ।