ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଟୀକାକରଣ ଚାଲିଥିବା ବେଳେ ଏଣିକି ରାଜଧାନୀ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ହେବ କରୋନା ଟୀକାକରଣ । ମେ ୧୯ ପରେ କରୋନା ଟୀକା କୋଭାକ୍ସିନକୁ ଘରୋଇ ହସ୍ପିଟାଲକୁ ପ୍ରଦାନ କରିବ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ । ଏନେଇ ସୂଚନ ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।
୧୮ ବର୍ଷରୁ ୪୪ ବର୍ଷ ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଏହି ଟୀକା ଦିଆଯିବ ବୋଲି ବିଏମସି କମିଶନର କହିଛନ୍ତି । ସେ କହିଛନ୍ତି କି, କୋଭାକ୍ସିନର ୧.୫ ଲକ୍ଷ ଡୋଜ ବଣ୍ଟନ କରିଛନ୍ତି ରାଜ୍ୟ ସରକାର । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଯେହେତୁ ଆମେ ଭୁବନେଶ୍ୱରରେ ଥିବା ୩୧ ଟି ଘରୋଇ ହସ୍ପିଟାଲକୁ ଚୟନ କରିଥିଲୁ । ସେଥିପାଇଁ ଟୀକା ଗ୍ରହଣ କରିବା ପରେ ଆମେ ୧୯ ପରେ ଘରୋଇ ହସ୍ପିଟାଲ ଗୁଡିକୁ ଟୀକା ବିତରଣ କରିବୁ ।