ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଧୀରେ ଧୀରେ ବଢି ଚାଲିଛି ଏଚ୩ଏନ୨ ଭାଇରାସ ଅର୍ଥାତ ଇଂଫ୍ଲୁଏଞ୍ଜାର ପ୍ରକୋପ । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଏନେଇ ସମସ୍ତ ଜିଲ୍ଲାର ସିଡିଏମଓ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ସତର୍କ ରହିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି । ଟେଷ୍ଟ, ଟ୍ରାକ ପାଇଁ ପରାମର୍ଶ ଦିଆଯିବା ସହ ହସ୍ପୀଟାଲରେ ଅକ୍ସିଜେନ ଓ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାର କୌଣସି ନିର୍ଦ୍ଧଷ୍ଟ ଚିକିତ୍ସା ନାହିଁ । କିଛି ଦିନ ଶରୀରରେ ଜ୍ୱର , କାଶ, ଥଣ୍ଡା ରହି ଆପେ ଆପେ ଭଲ ହୋଇପାରେ । ନଚେତ ଏଥିରେ ଗୁରୁତର ହୋଇ ନିମୋନିଆରେ ସଂକ୍ରମଣ ହୋଇପାରନ୍ତି କିଡନୀ, ହାର୍ଟ ଓ ଶ୍ୱାସ ରୋଗୀ । ସେଥିପାଇଁ ଏଭଳି ଲକ୍ଷଣ ଥିବା ବ୍ୟକ୍ତି ନିଜକୁ ଆଇସୋଲେଟ କରିବା ସହ ମାସ୍କ ପିନ୍ଧିବା ଓ ହାତ ଧୋଇବା ଜରୁରୀ ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।