ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ତାର କାୟା ମେଲାଇବାରେ ଲାଗିଛି । ଏହି ସଂକ୍ରମଣକୁ କିଭଳି ରୋକିହେବ ସେନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏବେ ରାଜ୍ୟରେ କରୋନା ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯାଇଛି । ଯାହାଫଳରେ ଅଧିକ ମାତ୍ରରେ କରୋନା ସଂକ୍ରମିତ ଚିହ୍ନଟ ହୋଇପାରିବେ । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୫୩ ହଜାର ୪୭୮ ଟେଷ୍ଟ କରାଯାଇଛି ।
ଆରଟି-ପିସିଆର ଟେଷ୍ଟ ୫ ହଜାର ୮୪୯ ହୋଇଥିବା ବେଳେ ଆଣ୍ଟିଜେନ୍ ଟେଷ୍ଟ ୪୭ ହଜାର ୫୧୨ ଏବଂ ଟ୍ରୁନାଟ ଟେଷ୍ଟ ୧୧୭ ଟି କରାଯାଇଛି । ସେହିପରି ଗଞ୍ଜାମରେ ୬ ହଜାର ୫୬୪ ନମୂନା ପରୀକ୍ଷା କରାଯାଇଛି । ରାଜ୍ୟରେ ଗତ କିଛି ଦିନ ହେବ ରେକର୍ଡ ଟେଷ୍ଟ କରାଯାଉଛି । ଯେତେ ଅଧିକ ସଂଖ୍ୟକ ଟେଷ୍ଟ କରାଯିବ ସେତେ ମାତ୍ରାରେ ପଜିଟିଭ ଚିହତନ ହେବେ ବୋଲି ସୂଚନା ରହିଛି । ଏହାସହିତ ଆଗାମୀ ଦିନରେ ଟେଷ୍ଟ ସଂଖ୍ୟା ଏକ ଲକ୍ଷକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।