ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଫେଜ୍ ୩ ଟୀକାକରଣ ପାଇଁ ଆସନ୍ତାକାଲିଠୁ ପଞ୍ଜିକରଣ ହେବ । ସେଥିପାଇଁ କୋୱିନ ପୋର୍ଟଲରେ ଆପଣ ପଞ୍ଜିକରଣ କରିପାରିବେ । କିନ୍ତୁ ସ୍ଲଟ ଅଫ୍ ପଏଣ୍ଟ ବର୍ତ୍ତମାନ ମିଳିବ ନାହିଁ । ଟୀକା ଉପଲବ୍ଧ ହେବା ପରେ ପୋର୍ଟାଲ ମାଧ୍ୟମରେ ସ୍ଲଟ ଦିଆଯିବ । ଟୀକା ପାଇଁ ପଞ୍ଜିକୃତ କରିଥିବା ନାଗରିକଙ୍କୁ ସ୍ଲଟ ଅନୁସାରେ ଟୀକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହି କହିଛନ୍ତି ।
ସେ କହିଛନ୍ତି କି, ବର୍ତ୍ତମାନ ରାଜ୍ୟରେ ୧.୨୩ କୋଭିସିଲ୍ଡ ଟୀକା ଏବଂ ୩ ଲକ୍ଷ ୬୫ ହଜାର କୋଭାକ୍ସିନ ଟୀକା ଅଛି । କୋଭିସିଲ୍ଡ ଟୀକା ପାଇଁ ଗତକାଲି ଆମେ ଚିଠି ଲେଖିଛୁ । ଆମ ନିକଟରେ ଯେତିକି ଟୀକା ଅଛି ୨, ୩ ଦିନ ଯିବ । ଆଜି ମଧ୍ୟ ୬୦୦ ଟି କେନ୍ଦ୍ରରେ ଟୀକାକରଣ ଚାଲିଛି । ବତ୍ତର୍ମାନ ସୁଦ୍ଧା ୫୬ ଲକ୍ଷ ୩୯ ହଜାର ୧୫୦ ଡୋଜ ଦିଆଯାଇ ସରିଲାଣୀ ।