ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ସହ ପାର୍ଟନରସିପ୍ କରିବା ପାଇଁ ଇଛୁକ ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇଥିବା ପ୍ରଥମ ଦେଶ ଋଷ । ଭାରତରେ କରୋନା ଔଷଧ ‘ସ୍ପୁଟିନିକ ୫’ ବହୁଳ ମାତ୍ରାରେ ଉତ୍ପାଦନ କରିବା ପାଇଁ ଋଷ ଇଛା ପ୍ରକାଶ କରିଛି । ଋଷ ପ୍ରତ୍ୟକ୍ଷ ନିବେସୀ କୋଷ (ଆରଡିଆଇଏଫ) ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କିରିଲ ଦମିତ୍ରିଏବ କହିଛନ୍ତି କି, କୋଭିଡ୧୯ ଭ୍ୟାକ୍ସିନ ସ୍ପୁଟିନିକ ୫ ଉତ୍ପାଦନ ପାଇଁ ଭାରତ ସହ ଡିଲ କରିବାର ବିଚାର କରୁଛି ଋଷ ।
ସେ ଆହୁରି ମଧ୍ୟ କହିଛନ୍ତି କି ଲାଟିନ୍ ଆମେରିକା, ଏସିଆ ଏବଂ ପଶ୍ଚିମ ଏସିଆର ଅନେକ ଦେଶ ଟୀକା ଉତ୍ପାଦନ ପାଇଁ ଇଛୁକ । ଏହି ଟୀକା ଉତ୍ପାନ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ବର୍ତ୍ତମାନ ଆମେ ଭାରତ ସହ ଡିଲ୍ କରିବୁ ବୋଲି ଆଶା ରଖିଛୁ ।
ନିକଟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଥିଲେ କି ତାଙ୍କ ଦେଶ ବିଶ୍ୱର ପ୍ରଥମ କରୋନା ଟୀକା ପ୍ରସ୍ତୁତ କରିଛି । ଯାହା ଖୁବ୍ ପ୍ରଭାବଶାଳୀ ଭାବେ କାମ କରୁଛି । ଏହାପରେ କୋଭିଡ୧୯ ଚିକିତ୍ସା ପାଇଁ ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ ଉତ୍ପାଦନ ଆରମ୍ଭ କରିଦେଇଛି ଋଷ ।
ଏହି ଭ୍ୟାକ୍ସିନକୁ ଗାମାଲେୟା ସାଇଣ୍ଟିଫିକ୍ ରିସର୍ଚ୍ଚ ଅଫ୍ ଏପିଡେମେୟୋଲଜି ଆଣ୍ଡ ମାଇକ୍ରୋବାୟେଲେଜି ଦ୍ୱାରା ପ୍ରସ୍ତୁତ କରାଯାଇଛି ।