ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନକଲି କୋଭିଡ୧୯ ଟୀକାକୁ ବଜାରରେ ବିକ୍ରି ଏବଂ ବିତରଣକୁ ରୋକିବା ପାଇଁ କଡା ଗାଇଡଲାଇନ୍ ଏବଂ ନିୟମ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରିବା ଦାବିର ଏକ ପିଟିସନ୍ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି ।
ଓକିଲ ବିଶାଲ ତିୱାରୀ ଏହି ଜନହିତ ପିଟିସନ୍ ଦାଖଲ କରିଛନ୍ତି । ସେ ସୁପ୍ରିମକୋର୍ଟରେ ଆଗ୍ରାହ୍ୟ କରିଛନ୍ତି ଯେ, କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଉ କି କୌଣସି ସଂଗଠନ, କମ୍ପାନୀ ବା ବ୍ୟକ୍ତି ଦ୍ୱାରା ନକଲି ଟୀକା ବିକ୍ରି ବା ବିତରଣ ଭଳି ଅପରାଧିକ କାମ କରିବା ଉପରେ କଡା ଆଇନ କରାଯାଉ ।
ପିଟିସନରେ କୁହାଯାଇଛି କି, ଜରୁରୀକାଳୀନ ଆଇନ ବା ଅନ୍ୟ କୌଣସି ଆଇନ ଅନୁଯାୟୀ ଗାଇଡଲାଇନ କରାଯାଉ । ଏହି ଗାଇଡଲାଇନ୍ ଉଚ୍ଚାଧିକାର ପ୍ରାପ୍ତ ସମିତି ଦ୍ୱାରା କରାଯାଉ , ଯାହାର ଅଧ୍ୟକ୍ଷତା ସୁପ୍ରିମକୋର୍ଟର ସେବାନିବୃତ୍ତ ବିଚାରପତିଙ୍କ ଦ୍ୱାରା କରାଯାଉ ।