ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଦେଶରେ ଆରମ୍ଭ ହୋଇଯାଇଛି ଟୀକାକରଣ ଅଭିଯାନ । ଏହାରି ମଧ୍ୟରେ ଭାରତ ବାୟୋଟେକର କରୋନା ଟୀକାକୁ ନେଇ ଆଉ ଏକ ଖୁସୀ ଖବର ସାମ୍ନାକୁ ଆସିଛି । ଭାରତ ବାୟୋଟେକ ଦ୍ୱାରା ନିର୍ମିତ ନାକରେ ଦିଆ ଯିବାକୁ ଥିବା କରୋନା ଟୀକାର ପ୍ରଥମ ପ୍ରର୍ଯ୍ୟାୟ ଟ୍ରାଏଲ ପାଇଁ ଡ୍ରଗ ନିୟାମକ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନର ବିଶେଷଜ୍ଞ ସମିତି ପକ୍ଷରୁ ଅନୁମତି ମିଳିଯାଇଛି ।
ନିକଟରେ ଡ୍ରଗ ମହାନିୟନ୍ତ୍ରକଙ୍କୁ ଚିଠି ଲେଖିଥିଲା କମ୍ପାନୀ । ଏଥିରେ ନାଜାଲ ଭ୍ୟାକ୍ସିନ ର ପ୍ରଥମ ଏବଂ ଦ୍ୱତୀୟ ପ୍ରର୍ଯ୍ୟାୟ ର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ମାଗିଥିଲା କମ୍ପାନୀ।
ଭାରତ ବାୟୋଟେକ ମୁତାବକ, ପ୍ରାରମ୍ଭରେ ନାକରେ ଦିଆ ଯିବାକୁ ଥିବା ଏହି ଭ୍ୟାକ୍ସିନର ଟ୍ରାଏଲ ପୁଣେ, ନାଗପୁର, ଭୁବନେଶ୍ୱର ଏବଂ ହାଇଦ୍ରାବାଦ ଭଳି ସହରରେ କରାଯିବ । ଟ୍ରାଏଲ ପାଇଁ ନାଗପୁରର ଏକ ହସ୍ପିଟାଲ ସହ ଡିଲ କରି ସାରିଛି କମ୍ପାନୀ ।
ବୈଜ୍ଞାନିକଙ୍କ ମତରେ , ଗବେଷଣାରେ ଜାଣିବାକୁ ମିଳିଛି କି ନାକରେ ଦିଆ ଯିବାକୁ ଥିବା ଭ୍ୟାକ୍ସିନ, କାନ୍ଧରେ ଦିଆଯାଉଥିବ ଟୀକା ମୁକାବିଲାରେ ଅଧିକ ପ୍ରଭାବି ହେବ । ଗତ ବର୍ଷ ସେପ୍ଟମ୍ବରରେ ଏହି ଭ୍ୟାକ୍ସିନକୁ ନିର୍ମାଣ କରିଥିବା ଗବେଷକମାନେ ଦାବି କରିଥିଲେ କି, ଏହି ଭ୍ୟାକ୍ସିନ ଅଧିକ ବ୍ୟାପକ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରୁଛି ।