ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ଟୀକାକରଣ ପାଇଁ ଡ୍ରାଏ ରନ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେହିଅନୁଯାୟୀ ଆସନ୍ତାକାଲି ଦ୍ୱିତୀୟ ଡ୍ରାଏ ରନ୍ ଆରମ୍ଭ ହେବ । ଦେଶର ସମସ୍ତ ଜିଲ୍ଲାରେ ଟୀକାକରଣର ପୂର୍ବାଭ୍ୟାସ କରାଯିବ ।
ପୂର୍ବରୁ ଡିସେମ୍ବର ୨୮ ଏବଂ ୨୯ ରେ ଦେଶର ଚାରୋଟି ରାଜ୍ୟର କିଛି ସ୍ଥାନରେ ଡ୍ରାଏ ରନ୍ କରାଯାଇଥିଲା । ଏହାପରେ ଜାନୁଆରୀ ୨ରେ ସାରା ଦେଶରେ ପ୍ରଥମ ଡ୍ରାଏ ରନ୍ ସମସ୍ତ ରାଜ୍ୟର କିଛି ଜିଲ୍ଲାରେ କରାଯାଇଥିଲା ।
ଆସନ୍ତାକାଲି ଦେଶରେ ସାତ ଶହରୁ ଅଧିକ ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟାର ପୂର୍ବାଭ୍ୟାସ କରି ପ୍ରସ୍ତୁତିର ସମୀକ୍ଷା କରାଯିବ । ସେହିପରି ସହରଠାରୁ ଆରମ୍ଭ କରି ଗାଁ ଯାଏଁ ଟୀକାକରଣ କାମ ସୂଚାରୁ ରୂପେ କରିବା ଲାଗି ୪.୭ ଲକ୍ଷ କର୍ମୀଙ୍କୁ ପ୍ରଶିକ୍ଷିତ କରାଯାଇଛି ।
ଟୀକାରକଣକୁ ନେଇ ଦେଶର ସମସ୍ତ ରାଜ୍ୟ ଏବହ ଜିଲ୍ଲା ପ୍ରସ୍ତୁତ ଅଛନ୍ତି । ବହୁତଶୀଘ୍ର ସାଧାରଣ ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯିବ । କେନ୍ଦ୍ର୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ଟୀକାର ଜରୁରୀକାଳୀନ ସ୍ୱିକୃତୀ ମିଳିବାର ୧୦ ଦିନ ଭିତରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବ । ସେହିଅନୁଯାୟୀ ପ୍ରତ୍ୟେକ ଟୀକାକରଣ ଟିମ୍ ରେ ୫ ଜଣ ସଦସ୍ୟ ରହିବେ ।