ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଭୟଙ୍କର ହେଉଛି ମହାମାରୀ କରୋନା । ଏଭଳି ସ୍ଥିତିରେ ଏହି ଭାଇରସ ସହ ଲଢିବା ପାଇଁ ଏକମାତ୍ର ଅସ୍ତ୍ର ସାଜିଛି ଟୀକା । କିନ୍ତୁ ଦେଶର ଅନେକ ରାଜ୍ୟରେ ଟୀକା ଅଭାବ ଥିବା ଅଭାବ ଆସୁଛି ।
ସେହିପରି ମେ ପହିଲାରୁ ଟୀକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । କିନ୍ତୁ ଟୀକା ଅଭାବ ଥିବା ଯୋଗୁଁ ଟୀକାକରଣ ଗତି ଧୀମା ହୋଇଯାଇଛି । ଏହାର ମଧ୍ୟୋ କୋଭିସିଲ୍ଡ ଟୀକାର କମ୍ପାନୀ ସେରମ ଇଂଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଜୁଲାଇ ପର୍ଯ୍ୟନ୍ତ ଦେଶରେ ଟୀକାର ଅଭାବ ଦେଖାଦେଇପାରେ ।
ମିଡିଆ ରିପୋର୍ଟ ମୁତାବକ, ପୁନାୱାଲା କହିଛନ୍ତି କି, ଉତ୍ପାଦନ କ୍ଷମତା ଦିନକୁ ୬୦-୭୦ ନିୟୁତ ଡୋଜରୁ ୧୦୦ ମିଲିୟନ୍ ଡୋଜକୁ ବୃଦ୍ଧି କରିବାକୁ ଜୁଲାଇ ପର୍ୟ୍ୟନ୍ତ ଲାଗିବ । ଯେତେବେଳେ ଟୀକାର ଅଭାବ ଦେଖା ଦେଇଛି ସେହି ସମୟରେ କେନ୍ଦ୍ର ସରକାର ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟୀକା ଲଗେଇବା ପାଇଁ ମଞ୍ଜୁରୀ ଦେଇଛନ୍ତି ।