ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଚିକିତ୍ସାରେ ବ୍ୟବହୃତ ହେଉଛି ଡିଆରଡିଓ ଦ୍ୱାରା ବିକସିତ କରୋନା ଟୀକା ‘ଟୁ ଡିଜି’ । ଏହା କରୋନାର ସମସ୍ତ ଭ୍ୟାରିଏଣ୍ଟ ବିରୋଧରେ ପ୍ରଭାବଶାଳି ଏବଂ ଏହି ଔଷଧ ସାର୍ସ-ସିଓଭି୨ ଭାଇରସର ମଲ୍ଟିପ୍ଲିକେଶନକୁ ମଧ୍ୟ କରୁଛି ବୋଲି ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଦାବି କରାଯାଇଛି । ଏହି ଅଧ୍ୟୟନରେ ଏହା ମଧ୍ୟ ଜାଣିବାକୁ ମିଳିଛି କି, ଡିଆରଡିଓ ର ଆଣ୍ଟି-କୋଭିଡ ଔଷଧ କଣିକାରେ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ସାଇଟୋପ୍ୟାଥିକ ପ୍ରଭାବକୁ ହ୍ରାସ କରିଥାଏ ।
ମେ ୧୭ ରେ ଡିଆରଡିଓ ର ମୁଖ୍ୟାଳୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହି ଟୁ-ଡିଜି ଔଷଧ ର ଶୁଭାରମ୍ଭ କରିଥିଲେ ।