ସୁନ୍ଦରଗଡ (ଏଟିଆର ବ୍ୟୁରୋ): ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ସୁନ୍ଦରଗଡ ଜିଲ୍ଲାରେ ନୂତନ ୧୩ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩ ରେ ପହଁଚିଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି । ଗତ ୨୪ ଘଣ୍ଟାରେ ୪୨ ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ସେଥିରୁ ୫ ଟି ନମୁନା ପଜିଟିଭ ଆସିଛି ।
ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଛି। ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ପାଇଁ ଉଊଗଙ ପରାମର୍ଶ ଦେଇଛନ୍ତି ।
ଚିଗର ନାମକ ଏକ ନାଲି କୀଟ କାମୁଡିବା ଦ୍ୱାରା ଏହି ସ୍କ୍ରବ ଟାଇଫସ ହୋଇଥାଏ । କିନ୍ତୁ ଏହି କୀଟକୁ ଚିହ୍ନିବ କଷ୍ଟକର । ଏଥିରେ ଜ୍ୱର ଲାଗି ରହିଥାଏ । ଆଂଠୁଗଣ୍ଠି ଘୋଳାବିନ୍ଧା, ସହ କିଡନୀ ଓ ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡିଥାଏ । ମୃତ୍ୟୁ ଆଶଙ୍କା ଥିବାରୁ ସତର୍କ ରହିବା ଜରୁରୀ ।