ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ହୁ ହୁ ହୋଇ ମାଡି ଚାଲିଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ଆଉ ୬ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ବିଏମସି ଘୋଷଣା କରିଛି । ଏହି ସ୍ଥାନରେ ଏକାଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ଏଭଳି ନିଷ୍ପତି ନେଇଛି ।
ଜାଗମରା କ୍ରିଷ୍ଣା ଗାର୍ଡେନ ଫେଜ୍-୨ର ପ୍ଲଟ ନଂ ୨୧, କୋଳଥିଆ ସତ୍ୟସାଇ ଏନକ୍ଲେଭ ପ୍ଲଟ ନଂ- ୧୭୫, ଜଗମୋହନ ନଗର ପ୍ଲଟ ନଂ-୧୧୨୦, କୋଳଥିଆ ପ୍ଲଟ ନଂ- ୨୦, ପୋଖରୀପୁଟ କୋକିଳା ଏନକ୍ଲେଭ ପ୍ଲଟ ନଂ- ୧୦୬ ଏବଂ କ୍ରିଏଟିଭ୍ ଏନକ୍ଲେଭ ଫ୍ଲାଟ ନଂ ୪୦୩କୁ କଣ୍ଟେନ୍ମେଣ୍ଟ ଜୋନ କରାଯାଇଛି ।