ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ କରୋନା ଟୀକାକରଣ ପ୍ରକ୍ରିୟା ଚାଲିଥିବା ବେଳେ ଆଜି ପ୍ରଥମ ପ୍ରର୍ଯ୍ୟାୟ ଟୀକାକରଣର ଶେଷ ଦିନ । ସେହିଅନୁଯାୟୀ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଆଜି କ୍ୟାପିଟାଲ ହସ୍ପିଟାଲରେ ଟୀକା ନେଇଛନ୍ତି । ଏହାସହିତ ସେ ଅନ୍ୟମାନଙ୍କୁ ଟୀକା ନେବା ପାଇଁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସମ୍ମୁଖ ଯୋଦ୍ଧା, ରାଜସ୍ୱ, ଗୃହ ଉନ୍ନୟନ ଗୃହ ବିଭାଗରେ ଟୀକା ଦିଆଯାଉଛି ।
ସେହିପରି ଆସନ୍ତା ମାର୍ଚ୍ଚ ମାସରୁ ବରିଷ୍ଠ ନାଗରିକଙ୍କଚ ଟିକା ଦିଆଯିବ । ସେଥିପାଇଁ ପ୍ରାୟ ୨୫ ହଜାର ବ୍ୟକ୍ତିଙ୍କୁ ତାଲିକାଭୁକ୍ତ କରାଯାଇଛି ।
ଅନ୍ୟପଟେ କରୋନାର ଦ୍ୱିତୀୟ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରଠାରେ ଗତକାଲିଠୁ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି । ଏହାସହିତ ଯାତ୍ରୀଙ୍କ ଉପରେ କଡା ନଜର ରଖାଯାଇଛି ।