ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କବଳରେ ଛଟପଟ ସାରା ଦୁନିଆ । ଏହି ମାରାତ୍ମକ ଭାଇରସ ପାଇଁ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକଙ୍କ ଜୀବନ ଚାଲିଗଲାଣି । ଏହାସହିତ କୋଟି କୋଟି ଲୋକ ଏଥିରେ ସଂକ୍ରମିତ ହୋଇସାରିଲେଣି । ଏହାରି ମଧ୍ୟରେ ମେଡିକାଲ ଜର୍ନାଲ ଲାନସେଟ ଏହି ଭାଇରସକୁ ନେଇ ଏକ ବଡ ଦାବି କରିଛି । ଲାନସେଟର କହିବାନୁଯାୟୀ, ଏହି ମାରାତ୍ମକ ଭାଇରସ ଖାସ୍ କରି ବାୟୁରେ ବ୍ୟାପୁଛି ଏବଂ ଏହାର ପ୍ରମାଣ ମଧ୍ୟ ଅଛି । ଆମେରିକା, ବ୍ରିଟେନ ଏବଂ କାନାଡା ଭଳି ଦେଶର ୬ ଜଣ ଏକ୍ସପର୍ଟ ଏହା ଦାବି କରି କହିଛନ୍ତି କି, ଏହି କାରଣ ପାଇଁ ଅନେକ ସାବଧାନତା ଏବଂ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ପରେ ମଧ୍ୟ ଭାଇରସ ଦ୍ରୁତ ବେଗରେ ବ୍ୟାପୁଛି ।
ଏକ୍ସପର୍ଟଙ୍କ ଏହି ଟିମ୍ ରେ କୋଅପରେଟିଭ ଇଂଷ୍ଟିଚ୍ୟୁଟ ଫର ରିସର୍ଚ୍ଚ ଇନ୍ ଏନଭରମେଣ୍ଟାଲ ସାଇନ୍ସ ର କେମିଷ୍ଟ ଜୋସ୍ ଲୁଇସ ଜେମିନସଙ୍କ ନାଁ ମଧ୍ୟ ସାମିଲ ଅଛି । ଏକ୍ସପର୍ଟଙ୍କ କହିବାନୁଯାୟୀ, କରୋନା ଭାଇରସ ବାୟୁରେ ବ୍ୟାପୁଥିବାର ପ୍ରମାଣ ମିଳିଛି । ଆଉ ଏହି କଥାକୁ ଅଣଦେଖା କରାଯାଇ ପାରିବ ନାହିଁ । ଅକ୍ସଫର୍ଡ ଟିମ୍ ମଧ୍ୟ ଏହି ରିସର୍ଚ୍ଚର ସମୀକ୍ଷା କରିଛି କି, ବାୟୁରେ ଭାଇରସ ବ୍ୟାପୁଥିବା ଦାବିକୁ ହାଇଲାଇଟ କରିଛି ।
ଋିସର୍ଚ୍ଚରେ ଏକ୍ସପର୍ଟମାନେ କହିଛନ୍ତି କି, ବିଶ୍ୱ ସ୍ୱାସ୍ଥ୍ୟୃ ସଂଗଠନ ଏବଂ ଅନ୍ୟ ସଂଗଠନ ଏହାକୁ ଗମ୍ଭୀରତା ସହା ନେବା ସହିତ ଭାଇରସ ବ୍ୟାପିବାକୁ କମ କରିବା ପାଇଁ ପଦକ୍ଷେପ ନେବା ଉଚିତ୍ । ଏଥିରେ ଆହୁରୀ ମଧ୍ୟ କୁହାଯାଇଛି କି, ଇନଡୋର ମୁକାବିଲାରେ ଆଉଟଡୋରରେ ଅଧିକ ଭାଇରସ ବ୍ୟାପୁଛି ।