ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା କବଳରୁ ମୁକ୍ତ ହେବା ପାଇଁ ଟୀକା ଅନୁସନ୍ଧାନରେ ଅଛନ୍ତି । ତେବେ ଏହି ଭିତରେ କେତେକ ଟୀକା ନିର୍ମାଣକାରୀ ସଂସ୍ଥା ସଫଳ ଟୀକା ନିର୍ମାଣ କରିଥିବା ଦାବି କରୁଛନ୍ତି । ତେବେ ଏହି ଭିତରେ ଗତକାଲି ଋଷରେ ରାଷ୍ଟ୍ରପତିଙ୍କ ଝିଅଙ୍କୁ ଏକ ଟିକା ଦିଆଯାଇଛି । ମାତ୍ର ଏହି ଟିକାକୁ ସହଜରେ ଗ୍ରହଣ କରି ପାରୁନାହିଁ ଆମେରିକା ।
ଆମେରିକା ଏବେ ଆମେରିକା ପକ୍ଷରୁ ନିର୍ମାଣ କରାଯାଇଥିବା ମୋଡର୍ଣ୍ଣା କମ୍ପାନୀ ସହିତ ୧୦ କୋଟି ଟିକା କିଣିବାକୁ ଚୁକ୍ତି କରିଛି । କମ୍ପାନୀ ଟିକା ନିର୍ମାଣ କରିବା ପରେ ୧୦୦ ମିଲିୟନ ଡୋଜ ଆମେରିକାକୁ ଦେବ । ସୂଚନାଯୋଗ୍ୟ ମୋଡର୍ଣ୍ଣା ନିର୍ମାଣ କରିଥିବା ଟିକାର ଏବେ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲିଛି । ଯାହା ଆସନ୍ତା ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସ ଶେଷ ସୁଦ୍ଧା ଆସିପାରେ । ମାତ୍ର ଏହା ପୂର୍ବରୁ ଏବେ ଆମେରିକା ଆଗୁଆ ୧୦ କୋଟି ଟିକା କିଣିବାକୁ ନିଷ୍ପତ୍ତି ନେଇଛି ।