ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ସେଥିପାଇଁ ସରକାରଙ୍କ ଫୋକସ ଟୀକାକରଣ ଉପରେ ରହିଥିବା ବେଳେ ଦେଶରେ ଟୀକାର ଅଭାବ ମଧ୍ୟ ଦେଖା ଦେଇଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ହାଇଦ୍ରାବାସ ସ୍ଥିତ ଟୀକା ନିର୍ମାତା କମ୍ପାନୀ ବାୟୋଲୋଜିକାଲ-ଇ ଠାରୁ ଟୀକାର ୩୦ କୋଟି ଡୋଜ କିଣିବା ପାଇଁ ଡିଲ କରିଛନ୍ତି କେନ୍ଦ୍ର ସରକାର ।
ଏନେଇ ଗୁରୁବାର କେନ୍ଦ୍ରୀୟ ସ୍ୱାସ୍ଥ୍ୟୃ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ଟୀକାର ୩୦ କୋଟି ଡୋଜ ନେବା ପାଇଁ କେନ୍ଦ୍ର ସରକାର ବାୟୋଲୋଜିକାଲ-ଇ କୁ ୧୫୦୦ କୋଟି ଟଙ୍କା ଦେବେ ।
ଅଗଷ୍ଟ ମାସରୁ ଡିସେମ୍ବର ମାସ ମଧ୍ୟରେ ଏହି ଟୀକା ବାୟୋଲୋଜିକାଲ-ଈ ଦ୍ୱାରା ପ୍ରସ୍ତୁତ କରି ସଂରକ୍ଷିତ ରଖାଯିବ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟୀକା ଟ୍ରାଏଲରେ ସୁଫଳ ମିଳିଥିବା ବେଳେ ଏବେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରୁଛି ବାୟୋଲୋଜିକାଲ-ଇ ।