ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସାରା ଦେଶରେ ଆରମ୍ଭ ହୋଇଛି ୧୨ ରୁ ୧୪ ବର୍ଷର ପିଲାଙ୍କୁ କରୋନା ଟୀକାକରଣ । ସେହିପରି ଓଡିଶାରେ ମଧ୍ୟ ଟୀକାକରଣ ଆରମ୍ଭ ହୋଇଛି । ରାଜ୍ୟର ୫୪ ଟି କେନ୍ଦ୍ରରେ ଚାଲିଛି ଟୀକାକରଣ । ଯେଉଁମାନେ ୨୦୦୮ ରୁ ୨୦୧୦ ମଧ୍ୟରେ ଜନ୍ମ ସେହି ପିଲାମାନଙ୍କୁ ଏହି ଟୀକା ଦିଆଯାଉଛି । ଏହାସହିତ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ପ୍ରିକସନ ଡୋଜ ମଧ୍ୟ ଆଜିଠୁ ଦିଆଯାଉଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
୧୨ ରୁ ୧୪ ବର୍ଷ ପିଲାଙ୍କ ପାଇଁ କାର୍ବୋଭାକ୍ସ ଟୀକା । ୨୮ ଦିନ ବ୍ୟବଧାନରେ ଦିଆଯିବ ଦୁଇଟି ଟୀକା । ରାଜ୍ୟର ବିଭିନ୍ନ ସ୍ଥାନରେ ଟୀକାକରଣ ଚାଲିଥିବା ବେଳେ ଟୀକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।