ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୧୫ ରୁ ୧୮ ବର୍ଷ ବୟସ ପିଲାଙ୍କୁ ଟୀକାକରଣ ପାଇଁ ଜାନୁଆରୀ ୧ ରୁ ଆରମ୍ଭ ହେବ ପଞ୍ଜିକରଣ । ଏହାପରେ ୩ ରୁ ଆରମ୍ଭ ଟୀକାକରଣ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେ କହିଛନ୍ତି କି, ଜିଲ୍ଲାଗୁଡିକରେ ଆବଶ୍ୟକତା ଅନୁଯାୟୀ ପିଲାମାନଙ୍କ ପାଇଁ ଟୀକାକରଣ କେନ୍ଦ୍ର ଖୋଲିବ । ଯେଉଁ କେନ୍ଦ୍ର ଗୁଡିକ ଆଗରୁ ଅଛି ସେଠାରେ ସକାଳୁ ଟୀକାକରଣ କରାଯିବ । ଆବଶ୍ୟକ ହେଲେ ସ୍କୁଲଗୁଡିକରେ ମଧ୍ୟ ଟୀକାକରଣ କେନ୍ଦ୍ର ଖୋଲାଯିବ । ପିଲାମାନଙ୍କୁ କୋଭାକ୍ସିନ ଟୀକା ଦିଆଯିବ । ରାଜ୍ୟରେ ଟୀକାର ୧୪ ଲକ୍ଷ ଉପଲବ୍ଧ ରହିଛି । ଯଦି ସଠିକ୍ ସମୟରେ ସମସ୍ତଙ୍କୁ ଟୀକା ଦିଆଯାଏ ତେବେ ଏକ ମାସ ମଧ୍ୟରେ ୧୫ ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ଶେଷ ହେବ । ଟୀକାକରଣ ସମୟରେ ପିଲାଙ୍କ ସହିତ ଅଭିଭାବକମାନଙ୍କୁ ଆସିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।