ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାମୁଦ୍ରିକ ଝଡ ୟାସ୍ ପାଇଁ ଆଜି ଭୁବନେଶ୍ୱର ରେ ଟିକାକରଣ ବନ୍ଦ ରହିବ । ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ଟୀକାକରଣକୁ ସ୍ଥଗିତ ରଖାଯାଇଛି ।
ଆଜିର ଟୀକାକରଣକୁ ୨୯ ତାରିଖକୁ ଘୁଞ୍ଚା ଯାଇଛି । ଯେଉଁମାନେ ୨୬ ତାରିଖ ପାଇଁ ସ୍ଲଟ ବୁକ କରିଥିଲେ ସେମାନେ ୨୯ ତାରିଖରେ ଟୀକା ନେଇପାରିବେ । ବୋଲି ବିଏମସିୁ ପକ୍ଷରୁ କୁହାଯାଇଛି ।
ସେହିପରି ବାତ୍ୟା ୟାସ ପାଇଁ ୨୫ ରୁ ୨୭ ଯାଏଁ ୬ ଟି ଜିଲ୍ଲାରେ ଟୀକାକରଣ ଓ ଟେଷ୍ଟିଂ ବନ୍ଦ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।