ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଟୀକକରଣ ଉପରେ ଅଧିକ ଫୋକସ ରହିଥିବା ବେଳେ ଏବେ ରାଜ୍ୟରେ ଟୀକାର ଆଭାବ ଲଗାତର ଭାବେ ଦେଖାଦେଇଛି । ଯେଉଁଥିପାଇଁ ରାଜ୍ୟରେ କେଉଁଠି ନା କେଉଁଠି ଟାକାରଣ ବନ୍ଦ ହେଉଛି । ଯାହାଫଳରେ ଲୋକେ ଟୀକାକରଣ କେନ୍ଦ୍ର ଯାଇ ଟୀକା ନଦେଇ ନିରାଶ ହୋଇ ଫେରୁଛନ୍ତି । ସେହିପରି ଟୀକା ଅଭାବ ଥିବା ହେତୁ ଆଜି ମଧ୍ୟ ୫ ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଛି । ସେହି ୫ ଟି ଜିଲ୍ଲା ମଧ୍ୟରେ ଝାରସୁଗୁଡା, ବୌଦ୍ଧ, ସମ୍ବଲପୁର, କୋରାପୁଟ ଏବଂ ସୋନପୁର ରହିଛି ।
ସେହିପରି ଆସନ୍ତା ଶନିବାର ଏବଂ ରବିବାର ସଟଡାଉନ ଥିବା ହେତୁ ଟୀକାକରଣ ବନ୍ଦ ରହିବ । ଅନ୍ୟପଟେ ଟୀକା ଅଭାବବ ହେତୁ ଗତକାଲି ମଧ୍ୟ ରାଜ୍ୟର ୧୨ ଜିଲ୍ଲାରେ ଟୀକାକରଣ ବନ୍ଦ ରହିଥିଲା ।