ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି କୋଭିଡ ଟୀକାକରଣ । ପ୍ରଥମ ଡୋଜ, ଦ୍ୱିତୀୟ ଡୋଜ ସମେତ ବୁଷ୍ଟର ଡୋଜ ମଧ୍ୟ ଦିଆଯାଇଛି । ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଟୀକାକରଣ କେନ୍ଦ୍ର କରାଯାଇଛି । ସେହିପରି ଭୁବେନେଶ୍ୱରରେ ଏବେ ଟୀକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି । ୧୯ ରୁ ବୃଦ୍ଧି କରାଯାଇ ଏବେ ୨୭ ଟି ଟୀକାକରଣ କେନ୍ଦ୍ର କରଯାଇଛି ।
୧୨ ରୁ ୧୪ ବର୍ଷର ପିଲାଙ୍କ ନିମନ୍ତେ କୋର୍ବେଭାକ୍ସର ୫ଟି କେନ୍ଦ୍ର କରାଯାଇଥିବା ବେଳେ ୧୮ ରୁ ୫୯ ବର୍ଷ ବର୍ଗ ନିମନ୍ତେ କୋଭିସିଲ୍ଡର ବୁଷ୍ଟର ଡୋଜ ପାଇଁ ୟୁନିଟ-୯ ପୌର ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ କେନ୍ଦ୍ର ଖୋଲାଯାଇଛି । ସେହିପରି ଅନ୍ୟ ୨୧ ଟି କେନ୍ଦ୍ର ତଥା କ୍ୟାପିଟାଲ ହସ୍ପିଟାଲ, ବିଏମସି ହସ୍ପିଟାଲ, ଏମ୍ସ ହସ୍ପିଟାଲ, ରେଲୱେ ହସ୍ପିଟାଲ ଆଦିରେ କୋଭାକ୍ସିନର ତିନୋଟି ଯାକ ଡୋଜ ଉପଲବ୍ଧ । ଟୀକାକରଣ ପାଇଁ ସକାଳ ୯ରୁ ଦିନ ଗୋଟାଏ ଏବଂ ଦିନ ସାଢେ ତିନି ଟାରୁ ସାଢେ ପାଞ୍ଚଟା ଯାଏଁ ସମୟ ନିର୍ଦ୍ଧାରଣ କରାଯାଇଛି ।