ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱରେ ଏପର୍ଯ୍ୟନ୍ତ ୫ କୋଟିରୁ ଅଧିକ ଲୋକ କରୋନରେ ସଂକ୍ରମିତ ହୋଇସାରିଲେଣି । ସେହିପରି ୧୩ ଲକ୍ଷରୁ ଅଧିକ ଜଣଙ୍କ ଏହି ଭାଇରସରେ ମୃତ୍ୟୁ ହୋଇସାରିଲାଣି । ଏହି ମାରାତ୍ମକ ଭାଇରସଠୁ ସର୍ତ୍ତକ ରହିବା ଉଚିତ୍ । ନଚେତ ଏହା ଆପଣଙ୍କ ଜୀବନ ନେଇପାରେ ବୋଲି ପ୍ରଥମରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ବୈଜ୍ଞାନିକମାନେ ଚେତାବନୀ ଦେଇ ଆସୁଛନ୍ତି । ସେପଟେ ଏହି ଭାଇରସକୁ ମାତ ଦେବା ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ଟୀକାର ପ୍ରସ୍ତୁତି । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡ୍ରୋସ ଏକ ଚେତାବନା ଦେଇଛନ୍ତି । କେବଳ ଟୀକା ଏହି ମହାମାରୀକୁ ରୋକି ପାରିବ ନାହିଁ ବୋଲି ସେ କହିଛନ୍ତି ।
ଟ୍ରେଡ୍ରୋସ କହିଛନ୍ତି କି, ପ୍ରଥମେ କେବଳ ସେହି ଲୋକଙ୍କୁ ଟୀକା ଦିଆଯିବ ଯେଉଁମାନେ ସ୍ୱାସ୍ଥ୍ୟକର୍ମୀ, ବୃଦ୍ଧ ଏବଂ ଗୁରୁତର ରୋଗୀ । ଏହାପରେ ହୋଇପାରେ କି କରୋନରେ ହେଉଥିବା ମୃତ୍ୟୁ ସଂଖ୍ୟା କମ ହୋଇପାରେ ।
ସେ ଆହୁରି ମଧ୍ୟ ଚେତାବନି ଦେଇ କହିଛନ୍ତି କି, ଟୀକା ଆସିବା ପରେ ବି କରୋନା ଭାଇରସ ବ୍ୟାପୁଥିବ । କେବଳ ଟୀକା ଏହି ମହାମାରୀକୁ ରୋକି ପାରିବ ନାହିଁ । ସେଥିପାଇଁ ଲୋକଙ୍କୁ ଲଗାତର ଟେଷ୍ଟ କରାଇବାକୁ ପଡିବ, ସେହିପରି ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା ଏବଂ ସାମାଜିକ ଦୂରତା ଉପରେ ଧ୍ୟାନ ଦେବାକୁ ପଡିବ ।
ଏହାପୂର୍ବରୁ ଗତମାସରେ ବ୍ରିଟେନ ସରକାରର ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଏକ ବଡ ଚେତାବନୀ ଦେଇଥିଲେ । ସେ କହିଥିଲେ କି ଟୀକା ମିଳିବାର ସମ୍ଭାବନା ବହୁତ କମ ରହିଛି । ଯାହା କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ରୋକି ପାରିବ । ହୁଏତ ଏହି ସଂକ୍ରମଣ ସବୁଦିନ ପାଇଁ ସାମାନ୍ୟ ଫ୍ଲ୍ୟୁ ଭଳି ରହିପାରେ ।