ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱବ୍ୟାପି କାୟା ମେଲାଇଛି ମହାମାରୀ କରୋନା । ଏବେ ଦିନକୁ ଦିନ ଚିନ୍ତା ବଢାଉଛି ଏହି ମହାମାରୀ । ଏଣିକି ସ୍ଥିତି ଅଣାୟତ ହେବାରେ ଲାଗିଲାଣି । ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ଚେତାବନୀ ଦିଆଯାଇଛି । ଡବ୍ଲ୍ୟୁଏଚଓ ର ପ୍ରମୁଖ ଟେଡ୍ରୋସ ଏଡହେନମ ଗେବ୍ରୟେସସ୍ କହିଛନ୍ତି କି, କୋଭିଡ୧୯ ମହାମାରୀର ସ୍ଥିତି ଆହୁରି ସାଂଘାତିକ ହେବାରେ ଲାଗିଛି । ପୂର୍ବଭଳି ଜନଜୀବନ ସାମାନ୍ୟ ହୋଇପାରିବ ନାହିଁ । ନିକଟ ଭବିଷ୍ୟତରେ ପୂର୍ବଭଳି ସବୁ କିଛି ସାମାନ୍ୟ ହେବା ମୁସକିଲ ।
ଡବ୍ଲ୍ୟୁଏଚଓ ର ମହାନିର୍ଦ୍ଦେଶକ କହିଛନ୍ତି କି, କିଛି ଦେଶ ଏହି ମହାମାରୀକୁ ନିୟନ୍ତ୍ରଣ କରିସାରିଥିବା ବେଳେ ଆଉ କିଛି ଦେଶ ଏହି ମହାମାରୀକୁ କାବୁ କରିବା ପାଇଁ ଚେଷ୍ଟା ଚଲାଇଛନ୍ତି । ସେହିପରି ୟୁରୋପ ଏବଂ ଏସିଆର ଅନେକ ଦେଶକୁ ଏହି ମହାମାରୀକୁ ନେଇ ଭୁଲ ଦିଗକୁ ଗତି କରୁଛନ୍ତି । ଏହି ଦୁଇ ମହାଦେଶର ସ୍ଥିତି ଦିନକୁ ଦିନ ସାଙ୍ଗୀନ ହେବାରେ ଲାଗିଛି । କିନ୍ତୁ କିଛି ଲୋକ ଏହି ମହାମାରୀକୁ ଗୁରୁତ୍ୱପୂର୍ଣ୍ଣ ଭାବେ ନେଉ ନାହାନ୍ତି । ଯାହାଫଳରେ ଆମେରିକାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ସେ ଆହୁରି ମଧ୍ୟ କହିଛନ୍ତି କି, ଆମେ ଏହି ମହାମାରୀକୁ କାବୁ କରିପାରିବା କିନ୍ତୁ ଆମକୁ ଖୁବ୍ ସାବଧାନତାର ସହ ସର୍ତ୍ତକ ହୋଇ ଚଳିବାକୁ ପଡିବ ।